ସମସ୍ତଙ୍କୁ ଭଲ ପାଉଥିବା ଆମେ
ହେବା ନାହିଁ ସ୍ୱାର୍ଥପର
କରୁଥିବା ସଦା ପର ଉପକାର
ସଭିଏଁ ଆମ ନିଜର ।
ନିଜକୁ ଦେବାନି କେବେହେଲେ କଷ୍ଟ
ନିଜକୁ ଚିହ୍ନିବା ଆଗ
ହୃଦୟରେ ଥିବ ସ୍ନେହ,ଶ୍ରଦ୍ଧା,ପ୍ରେମ
ନଥିବ ଲାଳସା ଭୋଗ ।
ଜୀବନର ମୂଲ୍ୟ ଜୀବନର ତତ୍ତ୍ଵ
ବୁଝହେ ସଭିଏଁ ବୁଝ
ସମୟର ଅପଚୟ କରନାହିଁ
କାହାକୁ ଭାବନି ବୋଝ ।
ଦିନ ପରେ ରାତି ଦୁଃଖ ପରେ ସୁଖ
ଏଇତ ଆମ ସଂସାର
ଧୈର୍ଯ୍ୟ ରଖିଥିଲେ ସବୁ ତ ସମ୍ଭବ
ଯନ୍ତ୍ରଣା ହୋଇବ ଦୂର ।
କେତେ ଝଡଝଞ୍ଜା ଆସିବ ଜୀବନେ
ତଥାପି ଚାଲିବା ବାଟ
ସତହେବ ଦିନେ ଯେତେସବୁ ସ୍ୱପ୍ନ
ଦୂରହେବ ସବୁ କଷ୍ଟ ।
