arundHATI Lenka, india
ଦୈନଦିନ ଜୀବନରେ ଆମେ ବନ୍ଧୁ
ଏପରି କିଛି କରିବା
ଯାହାକି ଭବିଶ୍ୱତରେ ଆମ୍ଭ ମାନେ
ସବୁଦିନ ହସୁଥିବା ।।
କାଲିର କର୍ମକୁ ଆଜି ତ କରିବା
କେବେ ପାଇବାନି ଦୁଃଖ
ପ୍ରତ୍ୟାଶା କରିବା ସବୁରି କ୍ଷେତ୍ରକୁ
ମିଳିବ ଅନେକ ସୁଖ ।।
ଭଲ କର୍ମ କଲେ ସଭିଏଁ କହିବେ
ଉତ୍ତମ ମଣିଷ ଟିଏ
ଯାହାକି ଆମକୁ ଆଲୋକ ଦେଖାଏ
ସବୁଥିରୁ ରକ୍ଷା କରେ ।।
ଆଶକ୍ତିବାନ ହେବା ସଭିଙ୍କ ଆଗରେ
ହେବାନି କେବେ ନିକୃଷ୍ଟ
ବୋତୃଷ୍ଣା ପଣକୁ ମନରୁ କାଢ଼ିବା
ଲାଗିବ ନିଜକୁ ଶ୍ରେଷ୍ଟ ।।
ସୁରୁଜ ଉଇଁଲେ ମୂରୁଜ ବୁଣିଲେ
ଦେଖିବା ନୂତନ ସ୍ୱପ୍ନ
ନିଜ କାମ ଆମେ ନିଜେ କରିଯିବା
ହସିବ ଆମରି ମନ ।।
ଉତ୍ତମ ପଥରେ ରଖିଥିଲେ ପାଦ
ସ୍ୱପ୍ନ ଆମ ହେବ ପୂର୍ଣ
ସବୁ ଅସମ୍ଭବ ସମ୍ଭବ ହୋଇବ
ହେବନି କିଛିବି କ୍ଷୁର୍ଣ୍ଣ ।।



