ପ୍ରେମର ରଙ୍ଗରେ ଦୁନିଆ ଚାଲିଛି
ଯେତେ ସବୁ ସଂପର୍କର ମୂଳଦୁଆ
ପ୍ରେମର ରଙ୍ଗରେ ରଙ୍ଗେଇ ହୋଇଛି
ଯେତେ ସବୁ ଜୀଵନର ଦିଆନିଆ..
ସତରେ..
ରଙ୍ଗ, ପ୍ରେମର ଅଦ୍ଵିତୀୟ ପୁଣି ଅପୂର୍ବ
ଆଙ୍କି ହୋଇଯାଏ ଯେମିତି ଫର୍ଦ୍ଦ ପରେ ଫର୍ଦ୍ଦ..
ଜୀବନର ଜଳଛଵିରେ ଜୀବନ୍ତ ଏଇ ଅଭୁଲା ପ୍ରେମ
ସବୁ ଭୁଲିହୁଏ, କିନ୍ତୁ ଭୁଲି ହୁଏନା ତୁମ ଅପୂର୍ବ ପ୍ରେମ ଅନୁପମ
